ଆଜି ଜାନୁଆରୀ 11 ତାରିଖ ରବିବାର ଅପରାହ୍ନ 3 ଟା ପାଖାପାଖି ସମୟରେ ସେ ବିମାନ ଦୁର୍ଘଟଣା ଗ୍ରସ୍ତ ରୋଗୀଙ୍କୁ ଜେ ପି ହସ୍ପିଟାଲ ଦେଖିବା ସହ କ୍ରାସ ସ୍ପଟ୍ ରେ ପହଞ୍ଚି ତଦନ୍ତ କରିଥଲେ। ଉଷା ପାଢ଼ୀଙ୍କ ସହ DGCA ବା ଜେନେରାଲ ଅଫ ସିଭିଲ ଆଭିଏସନ ଏବଂ AAIB ବା ଏୟାର କ୍ରାଫ୍ଟ ଆକ୍ସିଡେଣ୍ଟ ଇନଭେଷ୍ଟିଗେସନ ବ୍ୟୁରୋର ଅଧିକାରୀ ମାନେ ସମସ୍ତ ଦିଗରୁ ଅନୁସନ୍ଧାନ କରି ଫେରିଛନ୍ତି। ତେବେ ବିମାନ ସୁରକ୍ଷାକୁ କଡ଼ା କଡି କରିବା ସହ ତାଙ୍କର ହେଉଥିବା ତଦନ୍ତ ଉପରେ ସତର୍କ ଦୃଷ୍ଟି ରହିଥବା କଥା ଜଣା ପଡିଛି।