ବାରିପଦା ମ୍ୟୁନିସିପାଲଟି: ବାରିପଦାର ପୋଲିସ ଲାଇନ ମନ୍ଦିରର ବାହୁଡ଼ାଯାତ୍ରା ଅନୁଷ୍ଠିତ, ଯୋଗଦେଲେ ଜିଲ୍ଲା ଆରକ୍ଷୀ ଅଧିକ୍ଷକ
ଶନିବାର ସକାଳ ୯ ଘଟିକା ଠାରୁ ଦିନ ୧ ଯାଏଁ ବାରିପଦା ସହରର ପୋଲିସ ଲାଇନ ମନ୍ଦିରର ବାହୁଡ଼ାଯାତ୍ରା ଅନୁଷ୍ଠିତ ହୋଇଯାଇଛି। ରୀତିନୀତି ଅନୁସାରେ ପ୍ରଥମେ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଛେରା ପହଁରା କରିବା ପରେ ଚତୁର୍ଦ୍ଧାମୂର୍ତ୍ତିଙ୍କୁ ପହଣ୍ଡି କରାଯାଇ ରଥାରୂଢ଼ କରିବା ପରେ ସମସ୍ତ ଶହ ଶହ ଭକ୍ତ ରିଜର୍ଭ ପୋଲିସ ଠାରୁ ଭଞ୍ଜପୂର ଦେଇ ସ୍ଥାନୀୟ ପୋଲିସ ଲାଇନ ମନ୍ଦିର ପର୍ଯ୍ୟନ୍ତ ରଥଟଣା କାର୍ଯ୍ୟ ସମ୍ପନ୍ନ ହୋଇଥିଲା। ଏହାପରେ ରଥ ଉପରୁ ଶ୍ରଦ୍ଧା ଲଡୁ ଫିଙ୍ଗା ଯାଇଥିଲ।