ଶନିବାର ବୌଦ୍ଧ ପୋଲିସ ଆମ୍ବଝରୀ ଗ୍ରାମ ପଞ୍ଚାୟତ ଚାର ଭାଟି ଗ୍ରାମ ନିକଟ ଜଙ୍ଗଲରୁ ବ୍ୟାପକ ଗଞ୍ଜେଇ ଚାଷ ନଷ୍ଟ କରିଥିବା ସୂଚନା ମିଳିଛି | ମିଳିଥିବା ସୂଚନା ଅନୁଯାୟୀ ଗଞ୍ଜେଇ ଚାଷ ହୋଇଥିବା ସୂଚନା ପାଇ ଆରକ୍ଷୀ ଅଧୀକ୍ଷକ ରାହୁଲ୍ ଗୋୟଲଙ୍କ ନିର୍ଦ୍ଦେଶ କ୍ରମେ ବୌଦ୍ଧ ଥାନା ଓ ବଘିଆ ପଡା ଫାଣ୍ଡି ପୋଲିସର ଏକ ଟିମ ଚାର ଭାଟି ଜଙ୍ଗଲରେ ଚଢାଉ କରିଥିଲା l ଉକ୍ତ ଅଞ୍ଚଳରେ ବେଆଇନ୍ ଚାଷ ହୋଇଥିବା ପ୍ରାୟ 33 ଏକର ଜଙ୍ଗଲ ଜମିରୁ ଗଞ୍ଜେଇ ଗଛ ଗୁଡ଼ିକ କାଟି ପୋଡ଼ି ଦିଆଯାଇ ଥିବା ସୁଚନା ମିଳିଛି |