ବୌଦ୍ଧ ସଦର: ସରସରାରେ ଭିନ୍ନ ଜାତିରେ ବିବାହ ହୋଇଥିବାରୁ ପଡି ରହିଲା ଯୁବକଙ୍କ ଶବ, ପୋଲିସର ହସ୍ତକ୍ଷେପ ପରେ ଉଠିଲା ମୃତଦେହ
ମଙ୍ଗଳବାର ଦିନ ପୋଲିସର ହସ୍ତକ୍ଷେପ ପରେ ସରସରା ଗ୍ରାମ ନୂଆସାହିରେ ଭିନ୍ନ ଜାତିରେ ବିବାହ କରିଥିବା କାରଣରୁ ମୃତ ଯୁବକଙ୍କ ଶବ ଉଠି ପାରୁ ନଥିବା ବେଳେ ପୋଲିସର ହସ୍ତକ୍ଷେପ ପରେ ମୃତଦେହ ସଂସ୍କାର ପାଇଁ ନିଆ ଯାଇଥିବା ସୂଚନା ମିଳିଛି l ମିଳିଥିବା ସୂଚନା ଅନୁଯାୟୀ ସରସରା ଗ୍ରାମର ମହେଶ ସିଂ ନାମକ ଜଣେ ଯୁବକ ଭିନ୍ନ ଜାତିରେ ବିବାହ କରିଥିଲେ | ଗତ 8 ମାସ ତଳେ ମହେଶ କିଡନୀ ରୋଗରେ ପୀଡିତ ହୋଇ ଆଜି ଭୋର 4.30 ମିନିଟ ସମୟରେ ବୌଦ୍ଧ ଡାକ୍ତରଖାନାରେ ମୃତ୍ୟୁ ବରଣ କରିଥିଲେ | ଫଳରେ ଏଭଳି ପରିସ୍ଥିତି ସୃଷ୍ଟି ହୋଇଥିଲା |