ଆଜି ନଭେମ୍ୱର 24 ତାରିଖ ସୋମବାର ସର ବାହାଲ ଗାଁ ପୁଣି ଥରେ ଚର୍ଚ୍ଚାରେ। ପୂର୍ବାହ୍ନ 11 ଟା ରୁ ରାତି 9 ଟା ପର୍ଯ୍ୟନ୍ତ ଚାଲିଥିଲା ଏହି ବିକାଶ ଯାତରା। ଦେଶୀ ଢଙ୍ଗରେ ଦେଶୀ ଲୋକଙ୍କ କଳା ଓ ସଂସ୍କୃତି, ପରମ୍ପରା ଓ ବ୍ୟବହାର, ଅନୁଭୂତି ଓ ଆଶା ସବୁ ଗୋଟିଏ ପ୍ଲାଟ ଫର୍ମରେ। ଦେଶ ବ୍ୟାପି ଛଅଟି ରାଜ୍ୟରେ ଚାଲିଛି ଏହି "ପରମ୍ପରା ବିକାଶ ଯାତ୍ରା " । ସୁନ୍ଦରଗଡ଼ ଜିଲ୍ଲା ହେମଗିର ବ୍ଲକ୍ ଅନ୍ତର୍ଗତ ସାନଘୁମୁଡ଼ା ସରବାହାଲ ଗ୍ରାମରେ ଆଦିବାସୀ କଳା ସଂସ୍କୃତି ଓ ପରମ୍ପରାର ବିକାଶ ଯାତ୍ରା କାର୍ଯକ୍ରମ ଅନୁଷ୍ଠିତ ହୋଇଛି । ହେମଗିରି ବ୍ଲକ୍ ମହିଳା ସଂଗ୍ରାମ ସମିତିଙ୍କ ସଂଯୋଜନା ତଥା ଆତ୍ମଶକ୍ତ