ସୁନ୍ଦରଗଡ଼ ଜିଲ୍ଲାର କୁତ୍ରା ଥାନା ଅନ୍ତର୍ଗତ ଝାରବେଡ଼ା ସ୍ଥିତ ଡାଲମିଆ କଲେଜ ପ୍ରାଙ୍ଗଣରେ ଆଜି କୁତ୍ରା ପୋଲିସ ପକ୍ଷରୁ ସାଇବର ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। କଲେଜ ର ଅଧ୍ୟକ୍ଷ ଜିତେନ୍ଦ୍ର କୁମାର ପଟେଲ ଏହି କାର୍ଯ୍ୟକ୍ରମରେ ସକ୍ରୀୟ ଭୂମିକା ଗ୍ରହଣ କରିଥିଲେ। କୁତ୍ରା ଥାନା ଡିଏସପି ମନୋରଞ୍ଜନ ପ୍ରଧାନ ଙ୍କର ନେତୃତ୍ୱରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମକୁ ଆଇଆଇସି ଲୋକେଶ୍ଵର ସାହୁ ପରିଚାଳନା କରିଥିଲେ।