ରାୟଗଡା: ମୁନିଗୁଡ଼ାରେ ଜିଲ୍ଲାପାଳଙ୍କ ଯୁଗ୍ମ ଅଭିଯୋଗ ଶୁଣାଣୀ: ପଞ୍ଜିକୃତ ହେଲା 115 ଅଭିଯୋଗ
ମୁନିଗୁଡ଼ା ବ୍ଲକରେ ଆୟୋଜିତ ଜିଲ୍ଲାପାଳଙ୍କ ଯୁଗ୍ମ ଅଭିଯୋଗ ଶୁଣାଣୀ ଶିବିରରେ 115 ଟି ଅଭିଯୋଗ ପଞ୍ଜିକୃତ ହୋଇଛି। ଏଥିରେ 99 ଟି ବ୍ୟକ୍ତିଗତ ଓ 16 ଟି ସାମୁହିକ ଅଭିଯୋଗ ରହିଛି। ଜିଲ୍ଲାପାଳ ଓ ବହୁ ବରିଷ୍ଠ ଅଧିକାରୀ ଉପସ୍ଥିତ ରହି ଶୁଣାଣୀ କରିଛନ୍ତି।