ବଡସାହି: ଶଗଡଭଙ୍ଗା ଗ୍ରାମରେ ମାଛଧରିବାକୁ ଯାଇ ପାଣିରେ ବୁଡି ଯୁବକଙ୍କ ମୃତ୍ୟୁ
ବେତନଟୀ ଉପକଣ୍ଠ ଶଗଡଭଙ୍ଗା ଗ୍ରାମରେ ମାଛଧରିବାକୁ ଯାଇ ଜନୈକ ଯୁବକଙ୍କର ପାଣିରେ ବୁଡି ମୃତ୍ୟୁବରଣ କରିବା ଘଟଣାରେ ରବିବାର ଅପରାହ୍ନ ସାଢେ୫ଟାରେ ଅଗ୍ନିଶମ ବାହିନୀ ସହାୟତାରେ ପାଣିରୁ ମୃତଦେହକୁ ଉଦ୍ଧାରକରି ଜବତ ପୂର୍ବକ ତଦନ୍ତ ଆରମ୍ଭକଲା ବେତନଟୀ ପୁଲିସ l ମୃତ ଯୁବକ ଜଣକ ହେଉଛନ୍ତି ଶଗଡଭଙ୍ଗା ଗାଁର ହପନା ହାଁସଦାଙ୍କ ୩୨ ବର୍ଷୀୟ ପୁଅ ରବୀନ୍ଦ୍ର ହାଁସଦା l ରବୀନ୍ଦ୍ର ମାଛଧରିବାକୁ ଯାଇଥିବାବେଳେ କୌଣସି କାରଣରୁ ପାଣିରେ ବୁଡିଯାଇ ଥିଲେ l