କୋରାପୁଟ ସହର: ସହରରେ ପୁରୁଣା କମ୍ପ୍ଲେକ୍ସ ସୁରକ୍ଷା ଯାଞ୍ଚ୍ ହେବ ଏଥିରେ ସହରବାସୀ ସହ ଦୋକାନ ମାଲିକ ସହଯୋଗ କରିବାକୁ ନିବେଦନ କଲେ ମୁନସିପାଲଟି ଚେୟାରମେନ
କୋରାପୁଟ ସହରରେ ପୋଲିସ ମୁଖ୍ୟାଳୟ ସମ୍ମୁଖରେ ଶନିବାର ଘଟିଥିବା ଘଟଣା ପରେ ଜିଲ୍ଲା ପ୍ରଶାସନ ପକ୍ଷରୁ ସହରର ପୁରୁଣା ଜରାଜୀର୍ଣ୍ଣ ଅବସ୍ଥାରେ ଥିବା କମ୍ପ୍ଲେକ୍ସ ର ସୁରକ୍ଷା ଯାଞ୍ଚ୍ କରାଯିବ ଏଥିରେ ଅଳ୍ପ ସମୟ ଲାଗିବ। ସହର ବାସିନ୍ଦାଙ୍କ ସୁରକ୍ଷା ଯୋଗୁଁ ଏଭଳି ପଦକ୍ଷେପ ନିଆ ଯାଇଥିବା ହେତୁ ଦୋକାନ ମାଲିକ ଏଥିରେ ସହଯୋଗ କରିବାକୁ ଆଜି ଅପରାହ୍ନ ୪ଟା ସମୟରେ ନିବେଦନ କରିଛନ୍ତି ମୁନସିପାଲଟି ଚେୟାରମେନ ଲଲାଟ ରଞ୍ଜନ ସେଠୀ।