ବୌଦ୍ଧ ସଦର: ସଦଭାବନା ସଭା ଗୃହ ଠାରେ ଜିଲ୍ଲା ସ୍ତରୀୟ ବିଶ୍ବ ଅଣ୍ଡା ଦିବସ ପାଳିତ
ଶୁକ୍ରବାର ଦିନ ବୌଦ୍ଧ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ସଦଭାବନା ସଭା ଗୃହ ଠାରେ ବିଶ୍ବ ଅଣ୍ଡା ଦିବସ ପାଳିତ ହୋଇ ଯାଇଛି l ଜିଲ୍ଲା ମୁଖ୍ୟ ପ୍ରାଣୀ ଚିକିତ୍ସl ଅଧିକାରୀ ଡାକ୍ତର ରାମା ରାଓ ପାଳଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ଉପ ଜିଲ୍ଲାପାଳ ବିନୟ କୁମାର ଭୋଇ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇଥିଲେ | ପ୍ରାକୃତିକ ପୁଷ୍ଟିରେ ଭରପୁର ଥିବା ଅଣ୍ଡା ଖାଇବା ଦ୍ବାରା ଅନେକ ସ୍ୱାସ୍ଥ୍ୟଗତ ସମସ୍ୟା ଓ ପୁଷ୍ଟି ହୀନତାରୁ ରକ୍ଷା ପାଇ ପାରିବା ବୋଲି ବିଶେଷଜ୍ଞ ମାନେ ମତ ପ୍ରକାଶ କରିଥିଲେ |