ଚମ୍ପୁଆ: ଉଲିଵୁରୁ ଜଙ୍ଗଲ ରାସ୍ତାରେ ଅବକାରୀ ଚଢାଉ, ୬୪୦ ଲିଟର ମଦ, ୩ ବାଇକ ଜବତ ସହ ୪ ଗିରଫ
ଚମ୍ପୁଆ ଅବକାରୀ ନିରୀକ୍ଷକ ଶ୍ରୀ ଏଚ ଜଗ୍ଗା ରାଓଙ୍କ ପ୍ରତ୍ୟେକ୍ଷ ତତ୍ତ୍ଵାବଧାନରେ ଆଜି ଅବକାରୀ ବିଭାଗ ପକ୍ଷରୁ ବଡବିଲ ଥାନା ଅନ୍ତର୍ଗତ ଉଲିଵୁରୁ ଜଙ୍ଗଲ ରାସ୍ତାରେ ଚଢାଉ କରା ଯାଇଥିଲା। ଏହି ଚଢ଼ାଉରେ ମୋଟ ୬୪୦ ଲିଟର ମଦ, ୩ ବାଇକ ଜବତ ଜବତ ହୋଇଥିବା ବେଳେ ୪ ଜଣଙ୍କୁ ଗିରଫ କରାଯାଇଥିବା ଅବକାରୀ ବିଭାଗ ପକ୍ଷରୁ ସୂଚନା ମିଳିଛି।