ଆସିକା: ଖଣ୍ଡରାବଳୀ - ରାମଣାପଲ୍ଲୀ ରାସ୍ତା ପାଖ ବୁଦାରୁ ନିଖୋଜ ନବମ ଶ୍ରେଣୀ ଛାତ୍ରର ମୃତ ଦେହ ଠାବ,ପରିବାର ଲୋକେ ଆଣିଲେ ହତ୍ୟା ଅଭିଯୋଗ
Asika, Ganjam | Sep 30, 2025 ତିନି ଦିନ ଧରି ନିଖୋଜ ଥିବା ନବମ ଶ୍ରେଣୀ ଛାତ୍ରର ମିଳିଲା ଗଳିତ ମୃତ ଦେହ I ମୃତ ଛାତ୍ର ଜଣକ ହେଲେ ଗଞ୍ଜାମ ଜିଲ୍ଲା ଆସିକା ବ୍ଲକ୍ ଖଣ୍ଡରାବଳୀ ଗ୍ରାମର ୧୪ ବର୍ଷୀୟ ଅମର ବିଷୋୟୀ l ଆଜି ଖଣ୍ଡାରାବଳୀ - ରାମଣାପଲ୍ଲୀ ରାସ୍ତା ପାଖ ଏକ ଲଟା ବୁଦାରୁ ଛାତ୍ର ଜଣଙ୍କ ଗଳିତ ମୃତ ଦେହ ପଡ଼ିଥିବା ମିଳିଥିବା ଦେଖିବାକୁ ପାଇଥିଲେ l ତେବେ ଅମର ଙ୍କ ମୃତ୍ୟୁର କାରଣ ଅସ୍ଵଷ୍ଟ ରହିଥିବା ବେଳେ ତାଙ୍କୁ ହତ୍ୟାକରୀ ଫୋପାଡ଼ି ଦିଆଯାଇଥିବା ଅଭିଯୋଗ ପରିବାର ଲୋକେ l