ଯାଜପୁର: ଜିଲ୍ଲା ରାଜସ୍ୱ ବିଭାଗ ପକ୍ଷରୁ ଯାଜପୁର ଟାଉନ ଅଞ୍ଚଳରେ ଚଢ଼ାଉ,3ଟି ବେଆଇନୀ ବାଲି ବୋଝେଇ ହାଇୱା ଗାଡି ଜବତ
Jajapur, Jajpur | Sep 15, 2025 ଜିଲ୍ଲା ରାଜସ୍ୱ ବିଭାଗ ପକ୍ଷରୁ ଯାଜପୁର ଟାଉନ ଅଞ୍ଚଳରେ ଚଢ଼ାଉ,3ଟି ବେଆଇନୀ ବାଲି ବୋଝେଇ ହାଇୱା ଗାଡି ଜବତ l ଯାଜପୁର ଅଞ୍ଚଳ ଦେଇ ପ୍ରତେକ ଦିନ ଅନେକ ବେଆଇନୀ ବାଲି ବୋଝେଇ ଗାଡି ଯାଉଥୁବା ସ୍ଥାନୀୟ ଲୋକେ ଜିଲ୍ଲା ରାଜସ୍ୱ ବିଭାଗ ନିକଟରେ ଅଭିଯୋଗ କରୁଥିଲେ l ଏହି ଅଭିଯୋଗକୁ ଆଧାର କରି ଆଜି ରାଜସ୍ୱ ବିଭାଗ ଅଧିକାରୀ ଅଶୋକ କୁମାର ମହାନ୍ତି ଓ ଛାୟାକାନ୍ତ ମହାନ୍ତ ସ୍ଥାନୀୟ ପୋଲିସ କର୍ମଚାରୀଙ୍କୁ ଧରି ଏହି ଅଞ୍ଚଳରେ ଚଢ଼ାଉ କରିଥିଲେ l ଏହି ଚଢ଼ାଉ ଖବର ପାଇ ଅନେକ ଗାଡି ଖସି ଯାଇଥିବା ବେଳେ ରାଜସ୍ୱ ବିଭାଗ ଅଧିକାରୀ 3ଟି ବେଆଇନୀ ବାଲି ବୋଝେଇ ହାଇୱା ଗାଡିକୁ ଜବତ କରିଥିଲେ l