ନବରଙ୍ଗପୁର ଜିଲ୍ଲା ର ତେନ୍ତୁଳୀଖୁଣ୍ଟି ବ୍ଲକ ଠାରେ ଆଜି ଦିବା ୧୧ ଘଣ୍ଟା ସମୟରେ ବ୍ଲକ ସ୍ତରୀୟ ସାଂସଦ ଖେଳ ମହୋତ୍ସବ ଉଦଘାଟିତ ହୋଇଛି। ସାଂସଦ ଖେଲ ମହୋତ୍ସବ ର ଜିଲ୍ଲା ସଂଯୋଜକ ଅର୍ଜୁନ ତ୍ରିପାଠୀ ଏଥିରେ ମୁଖ୍ୟ ଅତିଥି ରୂପେ ଯୋଗ ଦେଇ ଖେଲ ଉତ୍ସବ ର ଶୁଭ ଆରମ୍ଭ କରିଛନ୍ତି। ସ୍ଥାନୀୟ ବଜରଙ୍ଗ ବଲି ଙ୍କ ମନ୍ଦିର ରେ ପୂଜା କରାଯାଇ କ୍ରୀଡା ମଶାଲ ପ୍ରଜ୍ବଳିତ କରାଯାଇଥିଲା। ତେନ୍ତୁଳୀଖୁଣ୍ଟି ବିଡ଼ିଓ ମନୋଜ ପାଣିଗ୍ରାହୀ ଙ୍କ ଅଧ୍ୟକ୍ଷତା ରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମ ରେ ତେନ୍ତୁଳୀଖୁଣ୍ଟି ସାଂସଦ ପ୍ରତିନିଧି ସନ୍ତୋଷ ପାତ୍ର ଉପସ୍ଥିତ ଥିଲେ l