ଢେଙ୍କାନାଳ ସଦର: ଢେଙ୍କାନାଳ ଜିଲ୍ଲା ପ୍ରସିଦ୍ଧ ତପୋବନ ମହିମାମେଳା ପାଇଁ ସାଧୁସନ୍ଥ,ଭକ୍ତ ଓ ସ୍ଥାନୀୟ ଜନସାଧାରଣଙ୍କ ଆଲୋଚନା
ଢେଙ୍କାନାଳ ଜିଲ୍ଲା ପ୍ରସିଦ୍ଧ ତପୋବନ ପୀଠ ପରିସରରେ ଆଜି ତା ୨୭।୯ ରିଖ ଅପରାହ୍ନ ୪ ଘଣ୍ଟା ସମୟରେ ପ୍ରସିଦ୍ଧ ତପୋବନ ମେଳା ପାଇଁ ସାଧୁସନ୍ଥ ଓ ଭକ୍ତ ମାନଙ୍କୁ ନେଇ ପ୍ରସ୍ତୁତି ଆଲୋଚନା ହୋଇଥିଲା। ଆସନ୍ତା ଅକ୍ଟୋବର ୩୧ ତାରିଖ ଦିନ ତପୋବନ ମେଳା ଅନୁଷ୍ଠିତ ହେଉଥିବାରୁ ମେଳାକୁ ବ୍ୟବସ୍ଥିତ କରିବା ପାଇଁ ଆଲୋଚନା ହୋଇଥିଲା। ବାବା ରଘୁନାଥ ଦାସଙ୍କ ସଭାପତିତ୍ବରେ ଅନୁଷ୍ଠିତ ଏହି ଆଲୋଚନାରେ ତପୋବନ ପତ୍ରିକାର ସମ୍ପାଦକ ପ୍ରସାନ୍ତ ମହାପାତ୍ର ସୂଚନା ପ୍ରଦାନ କରିଥିଲେ। ବୈଠକ ଆରମ୍ଭରେ ନିବାରଣ ବାବା ଆଦ୍ୟ ଭଜନ ଗାନ କରିଥିଲେ।