ଚମ୍ପୁଆ: ବଡବିଲ ଉତ୍ସବ ପଡ଼ିଆରେ ଥିବା ବାଣ ଦୋକାନର ସୁରକ୍ଷା ଯାଞ୍ଚ କଲା ଅଗ୍ନିଶମ ବାହିନୀ
ସୁରକ୍ଷିତ ଭାବେ ଦୀପାବଳି ଉତ୍ସବ ପାଳନ କରିବାକୁ ବଡବିଲ ସ୍ଥାନୀୟ ପ୍ରଶାସନ ପକ୍ଷରୁ ବିଭିନ୍ନ କଟକଣା ଜାରି କରାଯାଇଛି। ସେଥି ମଧ୍ୟରୁ ବାଣ ବ୍ୟବସାୟ ପାଇଁ ବଡବିଲ ସହରର ଉତ୍ସବ ପଡ଼ିଆରେ ଦୋକାନ କରିବାକୁ ଅନୁମତି ଦିଆଯାଇଛି। ଏନେଇ ବଡବିଲ ପୌର ପ୍ରଶାସନ ଓ ଅଗ୍ନିଶମ ବାହିନୀ ପକ୍ଷରୁ ନିୟମିତ ଭାବେ ଯାଞ୍ଚ ମଧ୍ୟ କରାଯାଉଛି।