ଦେବଗଡ ଜିଲ୍ଲା ମହୋତ୍ସବ ଉତ୍ସବ ପ୍ରଧାନପାଟ ଏବଂ ପଲ୍ଲିଶ୍ରୀ ମେଳା ଆସନ୍ତା ଜାନୁୟାରୀ ୧୮ ରୁ ୨୨ ତାରିଖ ପର୍ଯ୍ୟନ୍ତ ପାଳିତ ହେବ । ଏହି ଅବସରରେ ଆଜି ଦେବଗଡ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଜିଲ୍ଲାପାଳ କବିନ୍ଦ୍ର କୁମାର ସାହୁଙ୍କ ଅଧ୍ୟକ୍ଷତାରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଥିବା ବେଳେ ତାରିଖ ଧାର୍ଯ୍ୟ କରାଯାଇଛି । ଦେବଗଡ ଜିଲ୍ଲା ସଂସ୍କୃତି ଅଧିକାରୀ ଈଶ୍ୱର ଗୁରୁଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି ବୈଠକରେ ଚଳିତ ବର୍ଷର ଉତ୍ସବକୁ ଅଧିକ ଆକର୍ଷଣୀୟ ଏବଂ ଧୁମଧାମରେ ପାଳନ ନିମନ୍ତେ ଆଲୋଚନା କରାଯାଇଥିଲା।