ସାଲେପୁର: ଶିଶୁଆ ସ୍ଥିତ ଦଳୀୟ କାର୍ଯ୍ୟାଳୟରେ ବିଜୁ ଜନତା ଦଳର ମିଶ୍ରଣ ପର୍ବ ଅନୁଷ୍ଠିତ
ଆଜି ଶନିବାର ପୂର୍ବାହ୍ନ ସମୟରେ କଟକ ଜିଲ୍ଲା ସାଲେପୁର ବ୍ଲକ ର ଶିଶୁଆ ସ୍ଥିତ ଦଳୀୟ କାର୍ଯ୍ୟାଳୟ ରେ ବିଜୁ ଜନତା ଦଳର ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଛି। ବିଧାୟକ ଶ୍ରୀଯୁକ୍ତ ପ୍ରଶାନ୍ତ ବେହେରା ଙ୍କ କାର୍ଯ୍ୟ ଶୈଳୀ ରେ ଅନୁପ୍ରାଣିତ ହୋଇ ଶିଶୁ ଆ ପଞ୍ଚାୟତ ର ସମିତି ସଭ୍ୟ ମାନସ କୁମାର ଦାଶଙ୍କ ନେତୃତ୍ବ ରେ ବହୁ ବିଜେପି କର୍ମୀ ବିଧାୟକ ଶ୍ରୀଯୁକ୍ତ ପ୍ରଶାନ୍ତ ବେହେରା ଙ୍କ ଉପସ୍ଥିତିରେ ବିଜୁ ଜନତା ଦଳରେ ଯୋଗଦାନ କରିଛନ୍ତି।