ରାସଗୋବିନ୍ଦପୁର: ମୋରଡା ଅବକାରୀ ଥାନା ପକ୍ଷରୁ ସୁବାନଡ଼ିହି ଗ୍ରାମରେ ଚଢାଉ କରାଯାଇ ଚୋରା ଦେଶିମଦ ଜବତ ଘଟଣାରେ ଜଣକୁ କୋର୍ଟଚାଲାଣ କଲା ଅବକାରୀ ବିଭାଗ
ମୋରଡା ଅବକାରୀ ଥାନା ପକ୍ଷରୁ ସୁବାନଡ଼ିହି ଗ୍ରାମରେ ଚଢାଉକରି ଚୋରା ଦେଶିମଦ ଜବତ ସମେତ ଏହି ବେଆଇନ ଘଟଣାରେ ଜଡିତ ଜଣକୁ ଗିରଫକରି ଗୁରୁବାର ଅପରାହ୍ନ ଚାରିଟାରେ କୋର୍ଟଚାଲାଣ କରାଯାଇଛି l ଗିରଫ ଅଭିଯୁକ୍ତ ଜଣକ ହେଉଛି ସୁବାନଡ଼ିହି ଗ୍ରାମର ଗଣେଶ ଟୁଡୁ l ଚଢାଉ ସମୟରେ ଗଣେଶ ଟୁଡୁ ନିକଟରୁ ୧୫ଲିଟର ଚୋରା ଦେଶିମଦ ଜବତ କରାଯାଇଥିଲା l ଗିରଫ ଅଭିଯୁକ୍ତ ଗଣେଶର ସ୍ୱାସ୍ଥ୍ୟ ପରୀକ୍ଷାପରେ ମୋରଡା ଜେଏମଏଫସି କୋର୍ଟକୁ ଚାଲାଣ କରାଯାଇଥିଲା l