ସୁନ୍ଦରଗଡ ସହର: ବିନା ସୁରକ୍ଷାରେ ଟାଙ୍ଗର ପାଲି ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ଥିବା ଗଛ କଟା ଯୋଗୁଁ ଅଳ୍ପକେ ବର୍ତ୍ତିଲେ ପଥଚାରୀ ଦମ୍ପତ୍ତି
ଆଜି ଅକ୍ଟୋବର 22 ତାରିଖ ବୁଧବାର ପୂର୍ବାହ୍ନ 10:25 ସମୟରେ ଏହି ଘଟଣା ଘଟିଛି। ଟାଙ୍ଗର ପାଲି ବ୍ଲକ କାର୍ଯ୍ୟାଳୟ ସମ୍ମୁଖ ଫାଟକକୁ ଲାଗି ରହିଥିବା ବଡ଼ ବଡ଼ ଗଛ ଆଜି ବିନା ସୁରକ୍ଷା ବଳୟରେ କଟା ଯାଉଥିବା ବେଳେ ଦମ୍ପତ୍ତି ଅଳ୍ପକେ ବର୍ତ୍ତିଛନ୍ତି। ଦମ୍ପତି ଯୁଗଳ ସେହି ଗଛର ଛାଇ ଜାଗାରେ ଠିଆ ହୋଇଥିଲା ବେଳେ ଗଛର ବଡ଼ ଏକ ଡାଳ ସେମାନଙ୍କ ଉପରେ ପଡିଥିଲା। ତେବେ ସ୍ଥାନୀୟ ବିଜୟ ପଟେଲ ନାମକ ଜଣେ ସମାଜ ସେବୀ ସେହି ସ୍ଥାନରେ ଥିବାରୁ ସେମାନଙ୍କୁ ଉଦ୍ଧାର କରି ସ୍ଥାନୀୟ ଡ଼ାକ୍ତରଖାନାକୁ ପଠାଇଛନ୍ତି। ତେବେ ଏକ ବଡ଼ ଧରଣର ଦୁର୍ଘଟଣାରୁ ସେମାନେ ରକ୍ଷା ପାଇ ଯାଇଥିବା ଜଣା ପଡିଛି। ଅପରପକ୍ଷେ ବ