ଆସନ୍ତା ୧୧ ତାରିଖରେ କୋରାପୁଟ ଜିଲ୍ଲାରେ ମଣ୍ଡି ଶୁଭାରମ୍ଭ ହେବା ନେଇ ଆଜି ରାତି ୮ ଟା ସମୟରେ କାର୍ଯ୍ୟାଳୟରେ ପ୍ରତିକ୍ରିୟା ରଖିଛନ୍ତି କୋରାପୁଟ ଜିଲ୍ଲାପାଳ ମନୋଜ ସତ୍ୟୱାନ ମହାଜନ । ମଣ୍ଡି ଶୁଭାରମ୍ଭ ନେଇ ସମସ୍ତ ପ୍ରସ୍ତୁତି ଚାଲିଥିବା ବେଳେ ଚାଷୀ କିଭଳି ସୁରୁଖୁରୁରେ ମଣ୍ଡିରେ ଧାନ ବିକ୍ରି କରିବେ ସେଥିପାଇଁ ପ୍ରଶାସନ ଯତ୍ନବାନ ଥିବା ସୂଚନା ଦେଇଛନ୍ତି।