ବଡସାହି: ଆଦିଡିହା ଗାଁର ଚୋରାଦେଶିମଦ କାରଖାନାରେ ଅବକାରୀ ବିଭାଗର ମିଳିତ ଚଢାଉ, ଚୋରାମଦ ନେଇଯାଉଥିବା କାରକୁ ତେନ୍ତୁଳି ଗାଁରୁ ଜବତକଲା ବିଭାଗ, ୨ଗିରଫ
ବଡସାହି ଥାନା ଆଦିଡିହା ଗାଁରେ ଚାଲିଥିବା ଚୋରା ଦେଶିମଦ କାରଖାନା ଉପରେ ବୁଧବାର ଚଢ଼ାଉକରି ବିପୁଳ ପରିମାଣର ମହୁଲପୋଚ ଏବଂ ରନ୍ଧାମଦ ସମେତ ଚୋରାମଦ ଚାଲାଣ କରୁଥିବା ଏକ ନମ୍ବରବିହୀନ କାରକୁ ଜବତ କରାଯାଇଥିବା ବେଳେ ଏହି ବେଆଇନ କାରବାରରେ ଜଡିତ ୨ଜଣଙ୍କୁ ଗିରଫକରି ବୁଧବାର ଅପରାହ୍ନ ୪ଟାରେ କୋର୍ଟଚାଲାଣ କଲା ଅବକାରୀ ବିଭାଗ l ଗିରଫ ଅଭିଯୁକ୍ତମାନେ ହେଉଛନ୍ତି ଆଦିଡିହା ଗାଁର ଗଦାଧର ଜେନା ଓ ସଞ୍ଜୟ ଜେନା l