ବିଞ୍ଝାରପୁର: ମାସଡା ଗାଁ ପଡିଆରେ ପୂର୍ବତନ ସରପଞ୍ଚଙ୍କ ମାଆଙ୍କ ଏକାଦଶାହ କ୍ରିୟା ଉପଲକ୍ଷେ ଶ୍ରଦ୍ଧାଞ୍ଜଳି ସଭା,ଯୋଗଦେଇ ଶ୍ରଦ୍ଧାଞ୍ଜଳି ଜଣାଇଲେ ବିଧାୟିକା
ମାସଡା ଗାଁ ପଡିଆରେ ପୂର୍ବତନ ସରପଞ୍ଚଙ୍କ ମାଆଙ୍କ ଏକାଦଶାହ କ୍ରିୟା ଉପଲକ୍ଷେ ଶ୍ରଦ୍ଧାଞ୍ଜଳି ସଭା,ଯୋଗଦେଇ ଶ୍ରଦ୍ଧାଞ୍ଜଳି ଜଣାଇଲେ ବିଧାୟିକା ପ୍ରମିଳା ମଲ୍ଲିକ l ଆଜି ହେଉଛି ପୂର୍ବତନ ସରପଞ୍ଚ ରାମଚନ୍ଦ୍ର ବେହେରାଙ୍କ ମାଆଙ୍କ ଏକାଦଶାହ l ଏହି ଅବସରରେ ବିଧାୟିକା ପ୍ରମିଳା ମଲ୍ଲିକ ଯୋଗଦେଇ ଫଟଚିତ୍ରରେ ମାଲ୍ୟାର୍ପଣ କରିବା ସହିତ ତାଙ୍କ ନୀତି ଆଦର୍ଶ ସମ୍ପର୍କରେ ଆଲୋଚନା କରିଥିଲେ l ଏହି ଶ୍ରଦ୍ଧାଞ୍ଜଳି ସଭାରେ ବିଂଝାରପୁର ବ୍ଲକ ବିଭିନ୍ନ ପଂଚାୟତର ଲୋକ ପ୍ରତିନିଧି ଓ ବିଜେଡି କର୍ମକର୍ତା ଯୋଗଦେଇ ଥିଲେ l