ଚାନ୍ଦବାଲି ବ୍ଲକ ଖେରଙ୍ଗ ପଞ୍ଚାୟତରେ ବିଜେପି ପକ୍ଷରୁ ଶନିବାର ଅପରାହ୍ନରେ ଏକ ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଯାଇଛି। ଖେରଙ୍ଗ ପଞ୍ଚାୟତର ବିଜେପି ନେତା ତପନ କୁମାର ମାଝୀଙ୍କ ନେତୃତ୍ବରେ ଅନ୍ୟ ଦଳର କର୍ମୀମାନେ ପ୍ରଧାନମନ୍ତ୍ରୀଙ୍କ ନୀତି ଆଦର୍ଶରେ ଅନୁପ୍ରାଣିତ ହୋଇ ଓ ରାଜ୍ୟ ବିଜେପି ସଭାପତି ମନମୋହନ ସାମଲଙ୍କ ଉପରେ ଆସ୍ଥା ପ୍ରକଟ କରି ବିଜେପିରେ ସାମିଲ ହୋଇଛନ୍ତି। ୩୦ଟି ପରିବାର ବିଧିବଦ୍ଧ ଭାବେ ବିଜେପିରେ ଯୋଗଦାନ କରିଥିବା ନେଇ ପ୍ରତିକ୍ରିୟା ଦେଇଥିଲେ ପ୍ରଭାରୀ ଶୁଭଦର୍ଶନ ମହାନ୍ତି।