ଢେଙ୍କାନାଳ ସଦର: ଢେଙ୍କାନାଳ ଜିଲ୍ଲା ଗଁଦିଆ ଥାନା ଗଁଦିଆ -ଢେଙ୍କାନାଳ ରାସ୍ତାର ସାପୁଆଝର ପୋଲ ଉପରେ ଭାରସାମ୍ୟ ହରାଇ ବାଇକ୍ ରୁ ପଡ଼ି ଚାଳକ ଗୁରୁତର
ଢେଙ୍କାନାଳ ଜିଲ୍ଲା ଗଁଦିଆ ଥାନା ଗଁଦିଆ - ଢେଙ୍କାନାଳ ରାସ୍ତାର ସାପୁଆଝର ନାଳ ଠାରେ ଆଜି ତା ୨୭।୯ ରିଖ ସନ୍ଧ୍ୟା ପ୍ରାୟ ୭ ଘଣ୍ଟା ସମୟରେ ଜଣେ ବାଇକ ଚାଳକ ଭାରସାମ୍ୟ ହରାଇ ଗାଡ଼ିରୁ ପଡିଯିବାରୁ ଗୁରୁତର ଭାବରେ ଆହତ ହୋଇଥିଲେ l ତାଙ୍କୁ ସ୍ଥାନୀୟ ଲୋକମାନେ ଦମକଳ ବାହିନୀକୁ ଡାକି ପ୍ରଥମେ ଶ୍ରୀରାମ ଚନ୍ଦ୍ର ପୁର ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ। ଗୁରୁତର ହେବାରୁ ତାଙ୍କୁ ୧୦୮ ଯୋଗେ ଢେଙ୍କାନାଳ ମୂଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତରିତ କରାଯାଇଛି। ସୂଚନା ଅନୁସାରେ ଜିରାଳ ଅଞ୍ଚଳ ବୋଲୁଅ ଗ୍ରାମର ଅଜିତ୍ ସ୍ୱାଇଁ ବୟସ ୪୫ ବର୍ଷ ଦୁର୍ଘଟଣାରେ ଆହତ ହୋଇଛନ୍ତି।