କୁଚିଣ୍ଡା: ଜିଲ୍ଲା ସ୍ତରୀୟ ଫୁଟବଲ୍ ଲିଗ୍ ରେ ବିଜେତା ଦଳ କୁ କୁଚିଣ୍ଡା ଠାରେ ସମ୍ବର୍ଦ୍ଧିତ କଲେ ମନ୍ତ୍ରୀ ରବି ନାଏକଙ
ସମ୍ବଲପୁର ଠାରେ ଆୟୋଜିତ ହୋଇ ଥିବା ଜିଲ୍ଲା ସ୍ତରୀୟ ଫୁଟବଲ ଲିଗ୍ ରେ ସମ୍ବଲପୁର ର ହିନ୍ଦ୍ କ୍ଳବ୍ କୁ ପରାସ୍ତ କରି କୁଚିଣ୍ଡା ର ଫୁଟବଲ୍ ଟିମ୍ ବିଜେତା ହୋଇ ଥିଲା। ଏହାକୁ ନେଇ ରବିବାର ସନ୍ଧ୍ୟା ୭ ଟା ସମୟରେ କୁଚିଣ୍ଡା କ୍ରୀଡ଼ା ସଙ୍ଘ ପକ୍ଷରୁ କୁଚିଣ୍ଡା ରେ ଏକ ସମ୍ବର୍ଦ୍ଧନା ସଭା ଆୟୋଜିତ ହୋଇଥିବା ବେଳେ ଏଥିରେ ଗ୍ରାମ୍ୟ ଉନ୍ନୟନ, ପଞ୍ଚାୟତି ରାଜ ଓ ପାନୀୟ ଜଳ ବିଭାଗ ମନ୍ତ୍ରୀ ରବି ନାରାୟଣ ନାଏକ ମୁଖ୍ୟ ଅତିଥି ଭାବେ ଯୋଗଦେଇ ବିଜେତା ଦଳ ର ସମସ୍ତ ଖେଳାଳି ଙ୍କୁ ସମ୍ବର୍ଦ୍ଧିତ କରିବା ସହ ତାଙ୍କ ଉତ୍ସାହ ବର୍ଦ୍ଧନ କରିଥିଲେ।