ଚମ୍ପୁଆ: ବଡବିଲ ଟାଉନହଲ ଠାରେ ଭୀମ ଭୋଇ ଭିନ୍ନକ୍ଷମ ସାମର୍ଥ ଶିବିର ଅନୁଷ୍ଠିତ
ବଡବିଲ ପୌରପାଳିକା ପକ୍ଷରୁ ଆଜି ସ୍ଥାନୀୟ ଟାଉନହଲ ଠାରେ ଭୀମ ଭୋଇ ଭିନ୍ନକ୍ଷମ ସାମର୍ଥ ଶିବିର ଅନୁଷ୍ଠିତ ହୋଇଛି। ଏହି ଶିବିରରେ ପୌର ନିର୍ବାହୀ ଅଧିକାରୀ ଶ୍ରୀ ରମେଶ ଚନ୍ଦ୍ର ନାୟକଙ୍କ ସହ ବିଭାଗୀୟ ଅଧିକାରୀ ମାନେ ଉପସ୍ଥିତ ରହିଥିବା ବେଳେ ଏଥିରେ ସହର ମଧ୍ୟରେ ଥିବା ଶତାଧିକ ଭିନ୍ନକ୍ଷମ ବ୍ୟକ୍ତିଙ୍କୁ ଭତ୍ତା, ଛାତ୍ର ବୃତ୍ତି, କୃତ୍ରିମ ଅଙ୍ଗ ଆଦିର ବ୍ୟବସ୍ଥା କରା ଯାଇଥିଲା।