ଆଜି ମକର ସଂକ୍ରାନ୍ତି ଅବସରରେ ବଡ଼ଗାଁ ବ୍ଳକ ଅନ୍ତର୍ଗତ ଚାରପାଲି ଗ୍ରାମ ରେ ପାରମ୍ପରିକ ରୀତିନୀତିରେ ହରୀହର ମିଳନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ପାରମ୍ପରିକ ରୀତିନୀତିରେ କଣ୍ଟିଆମୁରା ଗ୍ରାମ ରୁ ଏକ ଶୋଭାଯାତ୍ରାରେ ମହାପ୍ରଭୁ ଙ୍କୁ ଚାରପାଲି ଗ୍ରାମ କୁ ନିଆଯାଇଥିଲା। ଏହି କାର୍ଯ୍ୟକ୍ରମରେ କଣ୍ଟିଆମୁରା ଗ୍ରାମର ରତ୍ନାକର ସା,ପଙ୍କଜ ମାଝୀ,କମଲ ସା,ତାପସ ରଞ୍ଜନ ପାଣିଗ୍ରାହୀ, ଅମୀୟ ପାଣିଗ୍ରାହୀ,ଛବିଳ ବେହେରା ଓ ଗ୍ରାମର ଶ୍ରଦ୍ଧାଳୁ ଭକ୍ତ ମାନେ ଅଂଶଗ୍ରହଣ କରିଥିଲେ। ସେହିଭଳି ଚାରପାଲି ଗ୍ରାମ ରେ ଅନୁପ ବିଶି,ସୁଧିର ବିଶି ପ୍ରମୁଖ ଅଂଶ ଗ୍ରହଣ କରିଥିଲେ।