ଶନିବାର ବୌଦ୍ଧ ବ୍ଲକ ତାଳ ସରଡା ଗ୍ରାମ ପଞ୍ଚାୟତର ଡମ୍ବରୁ ଗଡ ସିଦ୍ଧ ତପୋ ସେବାବନ ଠାରେ ଆଧ୍ୟାତ୍ମିକ କାର୍ଯ୍ୟକ୍ରମ ଓ ସୁନ୍ଦରା କାଣ୍ଡ ପାରାୟଣ ଅନୁଷ୍ଠିତ ହୋଇ ଯାଇଛି l ଉକ୍ତ ମଠର ମହନ୍ତ ଗିରିବର ଦାସଙ୍କ ପୁଣ୍ୟ ତିଥିରେ ବହୁ ସଂଖ୍ୟାରେ ଶ୍ରଦ୍ଧାଳୁ ମାନେ ଯୋଗ ଦେଇଥିଲେ | ପୁରାଣ ଗାୟକ ରାଜେଶ ଦାଶ ସୁନ୍ଦରା କାଣ୍ଡ ପଠନ କରି ରାମ କଥା ଶ୍ରବଣ କରାଇ ଥିଲେ l ଡମ୍ବରୁ ଗଡ ମଠ କମିଟି ପକ୍ଷରୁ ସମସ୍ତ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା |