ଆସିକା: ସହର ର ବିଭିନ୍ନ ସାହି ବୁଲି ବୁଲା ଗାଇ ଗୋରୁ ଙ୍କ ବେକରେ ରେଡିୟମ ବେଲ୍ଟ ବାନ୍ଧିଲେ ଟିପିଏସଓଡ଼ିଏଲ କର୍ମଚାରୀ
Asika, Ganjam | Sep 16, 2025 ଦିନକୁ ଦିନ ବୁଲା ଗାଇ ଗୋରୁ ଙ୍କ ଲାଗି ବଢୁଛି ସଡ଼କ ଦୁର୍ଘଟଣା l ରାସ୍ତା ଉପରେ ଗାଇ ଗୋରୁ ଶୋଇବା ଯୋଗୁଁ ହେଉ କିମ୍ବା ଚଳ ପ୍ରଚଳ ଯୋଗୁଁ ବିଭିନ୍ନ ସମୟରେ ସଡ଼କ ଦୁର୍ଘଟଣା ଘଟୁଛି l ଫଳରେ କେତେବେଳେ ଗାଇ ଗୋରୁ ଙ୍କ ଜୀବନ ଯାଉଛି ତ କେତେବେଳେ ମନୁଷ୍ୟ ମୃତ୍ୟୁ ମୁଖରେ ପଡ଼ୁଛନ୍ତି l ଏହି ଦୁର୍ଘଟଣା ଗୁଡିକ ଉପରେ ରୋକ ଲଗାଇବା ଲାଗି ଗଞ୍ଜାମ ଜିଲ୍ଲା ଆସିକା ଟିପିଏସଓଡ଼ିଏଲ କର୍ମଚାରୀ ଙ୍କ ପକ୍ଷରୁ ଗ୍ରହଣ କରାଯାଇଛି ନିଆରା ପଦକ୍ଷେପ l ତାଲୁକା ରୋଡ଼ ସ୍ଥିତ କାର୍ଯ୍ୟାଳୟ ରୁ ବହୁ କର୍ମଚାରୀ ହାତରେ ବେନେର ଧରି ସହର ର ବସଷ୍ଟାଣ୍ଡ, କଳିଙ୍ଗ ରୋଡ଼, ପୁରୁଣା ବସଷ୍ଟାଣ୍ଡ ଭଳି ବିଭିନ୍ନ ସ୍ଥାନରେ