ଜାତି, ଜାତକ, ଯୌତୁକ, ପୁରୋହିତ ଓ କର୍ମକାଣ୍ଡ ବିହୀନ ଆଦର୍ଶ ବିବାହ। ସମ୍ଵିଧାନକୁ ସାକ୍ଷୀ ଏଭଳି ଏକ ନିଆରା ବିବାହ ଅନୁଷ୍ଠିତ ହୋଇଯାଇଛି। ବ୍ରହ୍ମପୁର ସ୍ଥିତ ସହୀଦ ଲକ୍ଷ୍ମଣ ନାୟକ କମୁନିଟି ହଲ୍ ଠାରେ ଶୁକ୍ରବାର ମଧ୍ୟାହ୍ନରେ ଅନୁଷ୍ଠିତ ହୋଇଛି ଏଭଳି ଏକ ବାହାଘର। ବ୍ରହ୍ମପୁରର ବିଶିଷ୍ଟ ଲେଖିକା ଡଃ ବିଧୁପ୍ରଭା ରଥଙ୍କ କନ୍ୟା ପ୍ରୀତିପନ୍ନାଙ୍କର ଆନ୍ଧ୍ର ପ୍ରଦେଶ କାକିନାଡା ନିବାସୀ ବି. ନାଗଗୌରୀଙ୍କ ଜ୍ୟେଷ୍ଠ ପୁତ୍ର ଭାନୁ ତେଜାଙ୍କ ସହ ଆଦର୍ଶ ବିବାହ ବନ୍ଧୁ ପରିଜନଙ୍କ ଉପସ୍ଥିତିରେ ବ୍ରହ୍ମପୁର ସହରରେ ଅନୁଷ୍ଠିତ ହୋଇଯାଇଛି ।