ଆଜି ଜାନୁଆରୀ 8 ତାରିଖ ଅପରାହ୍ନ 4 ଟାରେ ସୁନ୍ଦରଗଡ଼ର ବରିଷ୍ଠ ବିଜେଡି ନେତା ତଥା ବିଧାୟକ ଯୋଗେଶ କୁମାର ସିଂଙ୍କ ପ୍ରତିନିଧି ଜୟ ନାରାୟଣ ତ୍ରିପାଠୀ ଏବଂ ସୁନ୍ଦରଗଡ଼ ମୁନିସିପାଲିଟିର ପୂର୍ବତନ ନଗର ପାଳ ବେଣୁଧର ତାଣ୍ଡିଆ ପଶ୍ଚିମାଞ୍ଚଳ ଡିଆଇଜି ଶ୍ରୀ ବ୍ରିଜେଶ କୁମାର ରାୟଙ୍କୁ ତାଙ୍କ ରାଉରକେଲା ସ୍ଥିତ କାର୍ଯ୍ୟାଳୟରେ ସାକ୍ଷାତ କରି ନବ ବର୍ଷର ଅଭିନନ୍ଦନ, ଶୁଭେଚ୍ଛା ଓ ଶୁଭକାମନା ଜଣେଇବା ସହିତ ସୁନ୍ଦରଗଡ଼ର କେତେକ ପ୍ରମୁଖ ସମସ୍ୟାର ସମାଧାନ ନେଇ ଦାବୀ ଜଣାଇ ଛନ୍ତି। ଦାବି ଗୁଡିକ ମଧ୍ୟରେ ସୁନ୍ଦରଗଡ଼ ସହରର କେତେକ ନିର୍ଦ୍ଦିଷ୍ଟ ସ୍ଥାନ , ଜନଗହଳି ପୂର୍ଣ୍ଣ ରାସ୍ତା କଡରେ ମଦ ଏବଂ ବ