ବଡସାହି: ୧୮ନଂ ଜାତୀୟରାଜପଥ ରଙ୍ଗାମାଟିଆ ଛକରେ ଦୁର୍ଘଟଣାରେ ବାଇକ ଚାଳକଙ୍କ ଶୋଚନୀୟ ମୃତ୍ୟୁ, ବାଇକ ଓ ମୃତଦେହ ଜବତକରି ବୈଶିଙ୍ଗା ପୁଲିସର ତଦନ୍ତ ଆରମ୍ଭ
୧୮ନଂ ଜାତୀୟ ରାଜପଥ ରଙ୍ଗାମାଟିଆ ଛକରେ ଦୃତଗାମୀ ମୋଟର ସାଇକେଲ ଦୁର୍ଘଟଣାଗ୍ରସ୍ତ ହୋଇ ବାଇକ ଚାଳକଙ୍କ ଶୋଚନୀୟ ମୃତ୍ୟୁ ଘଟଣାରେ ସୋମବାର ରାତି ଦଶଟାରେ ମାମଲା ରୁଜୁକଲା ବୈଶିଙ୍ଗା ପୁଲିସ l ମୃତକ ଜଣକ ହେଉଛନ୍ତି ସ୍ଥାନୀୟ ବୈଶିଙ୍ଗାଥାନା ଅଧୀନ ପଦ୍ମନାଭପୁର ଗ୍ରାମର ସ୍ବର୍ଗତ ଶ୍ରୀଧର ମଝିଙ୍କ ପୁଅ ରାମେଶ୍ୱର ମାଝୀ l ରାମେଶ୍ୱର ବାଇକଯୋଗେ ଅତ୍ୟନ୍ତ ଦ୍ରୁତଗତିରେ ଯାଉଥିବା ବେଳେ ଭାରସାମ୍ୟ ହରାଇ ଦୁର୍ଘଟଣାଗ୍ରସ୍ତ ହୋଇଥିଲେ l