ବଡସାହି: ଇନ୍ଦିରାନଗର ଗ୍ରାମରେ ମୁର୍ସିଦାବାଦମିସ୍ତ୍ରୀ ଘରେ ବିସ୍ଫୋରଣକୁ ନେଇ ବେତନଟୀ ପୁଲିସର ତଦନ୍ତ, ବିଭିନ୍ନ ସରଞ୍ଜାମ ଜବତ
ବେତନଟୀ ବଜାର ଉପକଣ୍ଠ ଇନ୍ଦିରାନଗର ଗ୍ରାମର ଜନୈକ ମୁରସିଦାବାଦ ମିସ୍ତ୍ରୀଙ୍କ ଘରେ ଆକସ୍ମିକ ଅଗ୍ନିକାଣ୍ଡ ଘଟି କ୍ଷତାକ୍ତ ହେବାକୁ ନେଇ ବେତନଟୀ ପୁଲିସ ରବିବାର ରାତି ଏଗାଟାରେ ଘଟଣାସ୍ଥଳରେ ପହଞ୍ଚି ଅତ୍ୟନ୍ତ ଦହନଶୀଳ ଗ୍ୟାସ ସମେତ ଅନ୍ୟାନ୍ୟ ଲାବୋରୋଟୋରିରେ ବ୍ୟବହୃତ ସରଞ୍ଜାମ ଜବତ ପୂର୍ବକ ତଦନ୍ତ ଆରମ୍ଭକରିଛି l ସୂଚନା ମୁତାବକ ମୁରସିଦାବାଦରୁ ଆସି ଆଝାର ମଣ୍ଡଳର ପୁଅ ଲଲ୍ଲନ ମଣ୍ଡଳ ପକ୍କାମିସ୍ତ୍ରୀ ଭାବେ କାମ କରୁଥିଲେ l