ଗଁଦିଆ: ସନ୍ଥପୁର ଗ୍ରାମରେ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦେଲେ ବିଧାୟକ ସୁଧୀର କୁମାର ସାମଲ
ଗଁନ୍ଦିଆ ବ୍ଲକ ସନ୍ଥପୁର ଠାରେ ଆଜି ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦେଇଛନ୍ତି ବିଧାୟକ ସୁଧୀର କୁମାର ସାମଲ। ଗ୍ରାମରେ ଥିବା ଜଗନ୍ନାଥ ମନ୍ଦିରର ବାର୍ଷିକ ଉତ୍ସବରେ ଯୋଗଦେବା ସହିତ ବିମଳା ମନ୍ଦିର, ଲକ୍ଷ୍ମୀ ମନ୍ଦିର, ଶିବ ମନ୍ଦିର ଓ ବଟ ଗଣେଶ ମନ୍ଦିରର ବିଭିନ୍ନ କାର୍ଯ୍ୟକ୍ରମରେ ମଧ୍ୟ ବିଧାୟକ ଯୋଗଦେଇଛନ୍ତି। ତେବେ ନିର୍ବାଚନ ଆଚରଣ ବିଧି ଲାଗୁ ପରେ ଗ୍ରାମର ଜଗନ୍ନାଥ ମନ୍ଦିର ବାର୍ଷିକ ଉତ୍ସବରେ ଯୋଗଦେଇ ବିଧାୟକ ପ୍ରଭୁଙ୍କ ଆଶୀର୍ବାଦ ଲାଭ କରିଥିବା ସେ କହିଛନ୍ତି।