ଧନୁପାଲି ଥାନା ଅନ୍ତର୍ଗତ ଭତ୍ରା ବେତ୍ରାପଡା ରେ ଜଣେ ବ୍ୟକ୍ତିଙ୍କ ଆକ୍ରମଣ ଅଭିଯୋଗ l ମିଳିଥିବା ସୂଚନା ଅନୁସାରେ ଆଜି ରାତି ପ୍ରାୟ 7 ଟା ସମୟରେ ଜଣେ ବ୍ୟକ୍ତି ତାଙ୍କ ମାଉସୀ ପୁଅ ଭାଇଙ୍କ ସହ କୌଣସି କାରଣକୁ ନେଇ ଝଗଡା ହୋଇଥିଲା l ଏଥିରେ ଉକ୍ତ ଭାଇ ଜଣଙ୍କ ବ୍ୟକ୍ତିଙ୍କୁ ଏକ ବାଡ଼ିରେ ଆକ୍ରମଣ କରିବାରୁ ତାଙ୍କ ମୁଣ୍ଡ ଫାଟିଯାଇଥିଲା l ପରିବାର ଲୋକେ ତୁରନ୍ତ ତାଙ୍କୁ ସମ୍ବଲପୁର ସଦର ମେଡିକାଲ କୁ ଆଣିଥିଲେ ଚିକିତ୍ସା ପାଇଁ l ସେପଟେ ଏନେଇ ଧନୁପାଲି ଥାନାରେ ମଧ୍ୟ ବ୍ୟକ୍ତି ଜଣଙ୍କ ଅଭିଯୋଗ କରିଛନ୍ତି l ପୋଲିସ ଘଟଣାର ତଦନ୍ତ କରୁଛି l