ମୋରଡା ନିର୍ବାଚନମଣ୍ଡଳୀ ତଥା ରାସଗୋବିନ୍ଦପୁର ବ୍ଲକ ଏବଂ ଥାନା ଅଧୀନ ବଡାମପୁର ଜଙ୍ଗଲରେ ଡେରା ପକାଇଥିବା ଗୋଠଛଡା ଦନ୍ତାହାତି ଶୁକ୍ରବାର ରାତି ଏଗାରଟାରେ ବାହାରି ଜନବସତିମୁହାଁ ଅଗ୍ରସର ହେଉଥିବାର ଦେଖିବାକୁ ମିଳିଛି l ସୂଚନା ମୁତାବକ ବଡାମପୁର ଜଙ୍ଗଲରେ ଗୋଠଛଡା ଦନ୍ତାହାତୀ ବେଶ କିଛିଦିନ ଧରି ଡେରାପକାଇ ରହିଥିବାବେଳେ ଶୁକ୍ରବାର ରାତି ଖାଦ୍ୟ ଅନ୍ୱେଷଣରେ ଜଙ୍ଗଲରୁ ବାହାରି ଜନବସତିମୁହାଁ ଅଗ୍ରସର ହୋଇଥିଲା l