ନବରଙ୍ଗପୁର ପୋଲିସ ଷ୍ଟେସନ: କୋଷାଗୁମୁଡା ଠାରେ ଧାନମଣ୍ଡି ଉଦଘାଟିତ
କୋଷାଗୁମୁଡା ବ୍ଲକ ସଦର ମହକୁମା ସ୍ଥିତ ଆରଏମସି ମାର୍କେଟ ପରିସର ମଧ୍ୟରେ ଆଜି ଧାନମଣ୍ଡିର ଶୁଭ ଉଦ୍ଘାଟନ ହୋଇଯାଇଛି |ଏହି ଉଦ୍ଘାଟନ ଉତ୍ସବରେ କୋଷାଗୁମୁଡା ଲ୍ୟାମ୍ପ ସଭାପତି ହରିହର ଭଣ୍ଡାରୀ, ଲ୍ୟାମ୍ପ ଏମଡ଼ି ପ୍ରଣବ ମହାନ୍ତି,କୋଷାଗୁମୁଡା ଏମ ପି ପ୍ରତିନିଧି ସୁରେଶ ପାତ୍ର, ବ୍ଲକ ଅଧ୍ୟକ୍ଷା ସର୍ବେଶ୍ୱରୀ ମାଝୀ, କୋଷାଗୁମୁଡା ସମିତି ସଭ୍ୟ ଲକ୍ଷ୍ମଣ ପୂଜାରୀ, ମୋତିଗାଁ ସମିତି ସଭ୍ୟ ତ୍ରିଲୋଚନ ଧାକଡ଼ ଙ୍କ ସମେତ ବ୍ଲକ ସଦର ମହକୁମାର ବୁଦ୍ଧିଜୀବୀ ଓ ଭଦ୍ରବ୍ୟକ୍ତିମାନେ ଉପସ୍ଥିତ ରହି ପୂଜାର୍ଚନା କରିବା ସହ ନଡ଼ିଆ ଭାଙ୍ଗି ମଣ୍ଡିର ଶୁଭ ଉଦ୍ଘାଟନ କରିଥିବା ଦେଖିବାକୁ ମିଳିଛି |