କୋରାପୁଟ ସହର: ପୋଡ଼ା ଗଡ଼ ଓ ମୁଜାଙ୍ଗ ପଞ୍ଚାୟତର ୧୨ ଖଣ୍ଡ ଗ୍ରାମବାସୀ ନୂତନ ଗ୍ରାମ ପଞ୍ଚାୟତ ଗଠନ ପାଇଁ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦାବିପତ୍ର ପ୍ରଦାନ
ନୂତନ ଗ୍ରାମ ପଞ୍ଚାୟତ ଗଠନ ପାଇଁ ଦଶମନ୍ତପୁର ବ୍ଲକ ଅନ୍ତର୍ଗତ ପୋଡ଼ାଗଡ଼ ଏବଂ ମୂଜାଙ୍ଗ ପଞ୍ଚାୟତ ଅଧୀନ ୧୨ ଖଣ୍ଡ ଗ୍ରାମର ଲୋକେ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଲିଖିତ ଏକ ଦାବିପତ୍ର ଆଜି ଅପରାହ୍ନ ୪ଟା ସମୟରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ପ୍ରଦାନ କରିଛନ୍ତି। ଗ୍ରାମବାସୀଙ୍କ ଅଭିଯୋଗ ଅନୁଯାୟୀ ପୋଡ଼ାଗଡ଼ ପଞ୍ଚାୟତ ଅନ୍ତର୍ଗତ ମାଲିଙ୍ଗଯୋଡ଼ି, ମାଳିତୋଳା, ପୁରୀମୁଣ୍ଡା, ଲୁଲୁକୁମାରି, ସୁକୁଟାପୁଟ ସମେତ ମୁଜାଙ୍ଗ ପଞ୍ଚାୟତର ବାଉଁଶଗୁଡ଼ା, ବିଲାପୁଟ, ବକଡାଗୁଡ଼ା, ବଡ଼ଗୁଡ଼ା, ଖଜୁରୀଗୁଡ଼ା, ବାଟିଶିଳଗୁଡ଼ା ଏବଂ କେଶବଗୁଡ଼ା ଗ୍ରାମ ସମୂହ ଅସୁବିଧାର ସମ୍ମୁଖିନ ହେଉଥିବା ଅଭିଯୋଗ ହୋଇଛି