🕊️ ମାତୃ ବିୟୋଗରେ ଶୋକସନ୍ତପ୍ତ ପରିବାରକୁ ମନ୍ତ୍ରୀଙ୍କ ସମବେଦନା
ଢେଙ୍କାନାଳ: ମାତୃ ବିୟୋଗର ଦୁଃଖରେ ଥିବା ମହିମା ମଣ୍ଡଳର ପୂର୍ବତନ ସଭାପତି, ଯୋରନ୍ଦା ଗ୍ରାମ ପଞ୍ଚାୟତର ସମିତି ସଭ୍ୟ ତଥା କର୍ମଠ ଓ ନିଷ୍ଠାପର ସହଯୋଗୀ ଶ୍ରୀ ପ୍ରତ୍ୟୁଷ ହରି ପ୍ରଧାନଙ୍କ ବାସଭବନରେ ପହଞ୍ଚି ତାଙ୍କ ପରିବାରକୁ ଗଭୀର ସମବେଦନା ଜଣାଇଛନ୍ତି ମନ୍ତ୍ରୀ ଶ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର।
ଏହି ଦୁଃଖଦ ସମୟରେ ମନ୍ତ୍ରୀ ଶୋକସନ୍ତପ୍ତ ପରିବାରକୁ ସାନ୍ତ୍ୱନା ଦେବା ସହ ଦିବଂଗତ ଆତ୍ମାଙ୍କ ସଦ୍ଗତି କାମନା କରିଛନ୍ତି।
ପ୍ରଭୁ ଶ୍ରୀ ଚନ୍ଦ୍ରଶେଖର ଦିବଂଗତ ଆତ୍ମାଙ୍କୁ ନିଜ ଶ୍ରୀଚରଣରେ ସ୍ଥାନ ଦେବା ସହ ଶୋକସନ୍ତପ୍ତ ପରିବାରକୁ ଏହି ଅପୂରଣୀୟ କ୍ଷତି ସହିବା ପାଇଁ ଅସୀମ ଧୈର୍ଯ୍ୟ, ସାହସ ଓ ମନୋବଳ ପ୍ରଦାନ କରନ୍ତୁ।
🙏 ଓଁ ଶାନ୍ତି।
#NewsOdiaOdisha #Dhenkanal #Joranda #KrushnaChandraPatra #OmShanti