ନୂଆପଡା: ନାରୀ ସୁରକ୍ଷା ନେଇ ବିଜେଡିର ଏସପି କାର୍ଯ୍ୟଳୟ ଘେରାଉ , ଦିନ ଗୋଟାଏରେ ବିଧାୟକ ଅଧିରାଜ ମୋହନ ପାଣିଗ୍ରାହୀଙ୍କ ପ୍ରତିକ୍ରିୟା
ରାଜ୍ୟରେ ମହିଳା ନିର୍ଯ୍ୟାତନା ବଢୁଥିବା ପ୍ରତିବାଦରେ ଆଜି ନୂଆପଡା ବିଜୁ ମହିଳା ଜନତା ଦଳ ପକ୍ଷରୁ ଏସପିଙ୍କ କାର୍ଯ୍ୟାଳୟ ଘେରାଉ କରାଯାଇଥିଲା। ଜିଲ୍ଲା ବିଜୁ ମହିଳା ଜନତା ଦଳର ସଭାନେତ୍ରୀ ସରସ୍ୱତୀ ବାଗଙ୍କ ନେତୃତ୍ୱରେ ସଂଖ୍ୟାଧିକ ମହିଳା ନୂଆପଡ଼ା ଏସପିଙ୍କ କର୍ଯ୍ୟାଳୟ ଘେରାଉ କରିଥିଲେ। ବିଜେଡିର ମହିଳା କର୍ମୀ ମାନେ ଏକ ରାଲିରେ ବାହାରି ଏସପିଙ୍କ କର୍ଯ୍ୟାଳୟକୁ ଯାଇ ସେଠାରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ।