ସାଲେପୁର: ସାଲେପୁର ନିର୍ବାଚନ ମଣ୍ଡଳୀର ପିକୋଳ ପଞ୍ଚାୟତରେ କଂଗ୍ରେସ ଦଳର ମିଶ୍ରଣ ପର୍ବ ଅନୁଷ୍ଠିତ
ସାଲେପୁର ନିର୍ବାଚନ ମଣ୍ଡଳୀର ପିକୋଳ ପଞ୍ଚାୟତରେ ମଙ୍ଗଳ ବାର ରାତି ଆଠ ଘଟିକା ସମୟରେ କଂଗ୍ରେସ ଦଳର ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଛି । ବିଜେପି ଓ ବିଜେଡି କର୍ମୀ ମାନେ କଂଗ୍ରେସ ବିଧେୟକ ପ୍ରାର୍ଥୀ ଆକ୍ୟୁବ୍ ଖାଁ ଉପରେ ଭରସା କରି କଂଗ୍ରେସ ଦଳରେ ଯୋଗ ଦେଇଛନ୍ତି। ସମସ୍ତଙ୍କୁ ସ୍ବାଗତ କରିବା ସହ ଏହି ଯୋଗ ଦାନରେ କଂଗ୍ରେସ ଦଳ ଆହୁରି ସୁଦୃଢ ହେବ ବୋଲି ମତ ପ୍ରକାଶ କରିଥିଲେ।