ସୁନ୍ଦରଗଡ ସହର: ହେମଗିରରେ ମା ଦୁର୍ଗାଦେବୀଙ୍କ ମହାଅଷ୍ଟମୀ ପୂଜା ସହ ଖଣ୍ଡାଧୁଆ ପର୍ବ ଅନୁଷ୍ଠିତ
ଆଜି ସେପ୍ଟେମ୍ୱର 30 ତାରିଖ ମଙ୍ଗଳବାର ମୃଣ୍ମୟୀ ମା ଦୁର୍ଗା ଦେବୀଙ୍କ ଆଜି ମହାଷ୍ଟମୀ ପୂଜା। ଏହି କ୍ରମରେ ଆଜି ହେମଗିର ପ୍ରସିଦ୍ଧ ଦୁର୍ଗାପୂଜା ମଣ୍ଡପର ମାଙ୍କ ମହାଷ୍ଟମୀ ପୂଜା ଅତ୍ୟନ୍ତ ନିଷ୍ଠାର ସହ ଷୋଡଶ ରୀତିରେ କରା ଯାଇଛି। କିମ୍ବଦନ୍ତୀ ଅନୁସାରେ ମାଙ୍କର ଆଜି ଖଣ୍ଡାଧୁଆ ରୀତି ମଧ୍ଯ। ଏହି ଅବସରରେ ଖଣ୍ଡା ଧୁଆ ସହ ଘାଟ ପୂଜା ସାରି ବାଦ୍ୟର ତାଳେ ତଳେ ସତ୍ୱିକ ଭାବେ ଖଣ୍ଡା ଖେଳ ପ୍ରଦର୍ଶନ ହୋଇଥିଲା ।