ରାଜ୍ୟରେ କାର୍ଯ୍ୟରତ ପ୍ରାଥମିକ ଶିକ୍ଷକ ମାନଙ୍କର ସମସ୍ୟାର ସମାଧାନ ପାଇଁ ଆଜି ୨ ଦଫା ସମ୍ବଳିତ ସ୍ମାରକପତ୍ର ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ପ୍ରଦାନ କରାଯାଇଛି । ନୂତନ ପେନସନ ଯୋଜନା ଭୁକ୍ତ ପ୍ରାଥମିକ ଶିକ୍ଷକ ସଙ୍ଘ ପକ୍ଷରୁ ଦେବଗଡ ଜିଲ୍ଲାର ସମସ୍ତ ଗୋଷ୍ଠି ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟରେ ଉକ୍ତ ସ୍ମାରକପତ୍ର ପ୍ରଦାନ କରାଯାଇଛି । ତିଲେଇବଣି, ବାରକୋଟ ଓ ରିଆମାଳ ବ୍ଲକ ସ୍ତରୀୟ ସଙ୍ଘ ପକ୍ଷରୁ ଆଜି ସନ୍ଧ୍ୟା ୫ ଟାରେ ସଂପୃକ୍ତ ବ୍ଲକର ଗୋଷ୍ଠି ଶିକ୍ଷା ଅଧିକାରୀଙ୍କୁ ସ୍ମାରକପତ୍ର ପ୍ରଦାନ କରାଯାଇଛି ।