ପାରଳାଖେମୁଣ୍ଡି: କୋଟିଆ ବିବାଦ: ସମାଧାନ ପାଇଁ ଏକାଠି ହେବାକୁ ଧର୍ମେନ୍ଦ୍ରଙ୍କ ଆହ୍ୱାନ
କୋଟିଆ ସୀମା ବିବାଦର ସମାଧାନ ପାଇଁ ଦଳମତ ନିର୍ବିଶେଷରେ ଏକାଠି ହେବାକୁ ଆହ୍ୱାନ ଦେଇଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଓଡ଼ିଶାର ଅସ୍ମିତା ଓ ଅଖଣ୍ଡତା ରକ୍ଷା ପାଇଁ ସମସ୍ତ ନେତାଙ୍କୁ ଦାୟିତ୍ୱବାନ ହେବାକୁ ସେ ପରାମର୍ଶ ଦେଇଛନ୍ତି।