ବଡଚଣା: ଜିଲ୍ଲା ପ୍ରଶାସନ ପକ୍ଷରୁ ଯାଜପୁର ଟାଉନ ସ୍ଥିତ ଜିଲ୍ଲାପାଳଙ୍କ ସଭା ଗୃହରେ ସୁରେନ୍ଦ୍ର ସାଏ ଦିବ୍ୟ ଦୃଷ୍ଟି ଯୋଜନା ସମ୍ବଦ୍ଧିୟ ବୈଠକ ଅନୁଷ୍ଠିତ
ଜିଲ୍ଲା ପ୍ରଶାସନ ପକ୍ଷରୁ ଯାଜପୁର ଟାଉନ ସ୍ଥିତ ଜିଲ୍ଲାପାଳଙ୍କ ସଭା ଗୃହରେ ସୁରେନ୍ଦ୍ର ସାଏ ଦିବ୍ୟ ଦୃଷ୍ଟି ଯୋଜନା ସମ୍ବଦ୍ଧିୟ ବୈଠକ ଅନୁଷ୍ଠିତ ହେଇଯାଇଛି l ଜିଲ୍ଲାପାଳ ଅମ୍ବର କୁମାର କରଙ୍କ ଅଧ୍ୟକ୍ଷତାରେ ସୁରେନ୍ଦ୍ର ସାଏ ଦିବ୍ୟ ଦୃଷ୍ଟି ଯୋଜନା ଅଧୀନରେ ବିଦ୍ୟାଳୟସ୍ତରୀୟ ଚକ୍ଷୁ ସ୍ୱାସ୍ଥ୍ୟ କାର୍ଯ୍ୟକ୍ରମ ସମ୍ବଦ୍ଧିୟ ଜିଲ୍ଲାସ୍ତରୀୟ ବୈଠକ ଅନୁଷ୍ଠିତ ହେଇଯାଇଛି l ଏହି ବୈଠକରେ ଜିଲ୍ଲାପାଳ ମୁଖ୍ୟତଃ ଜିଲ୍ଲାର ସମସ୍ତ ବିଦ୍ୟାଳୟ ଗୁଡିକରେ ଦୃଷ୍ଟି ବ୍ୟାଧିତ ଯୋଗୁ କେତେ ପିଲା ଅସୁବିଧା ଭୋଗୁଛନ୍ତି ସେମାନଙ୍କୁ ଚିହ୍ନଟ କରିବା ପାଇଁ ବ୍ଲକ ଶିକ୍ଷା ଅଧିକାରୀଙ୍କୁ ପରାମର୍ଶ ଦେଇଥିଲେ l