ପାଟଣାଗଡ: ନିୟୁକ୍ତି ଦାବି ନେଇଡାକ୍ତରଖାନା ଆଗରେ ବସିଥିବା ସୁଇପର ଆଜି ଠାରୁ ବସିଛନ୍ତି ଭୂଖ ହଡ଼ତାଳ ରେ
ପାଟଣାଗଡ଼ ଏନ୍ଏସି ଉପଖଣ୍ଡ ଚିକିତ୍ସାଳୟ ସମ୍ମୁଖରେ ଆନ୍ଦୋଳନରେ ବସିଥିବା ସୁଇପର ମାନଙ୍କ ଧାରଣା ଆଜି ପଞ୍ଚମ ଦିନରେ ପହଞ୍ଚିଛି । ସେମାନେ ମଙ୍ଗଳବାର ପୂର୍ବାହ୍ନ ୧୧ଟା ଠାରୁ ଅନିର୍ଦିଷ୍ଟ କାଳ ପାଇଁ ୧୭ ଜଣ ମହିଳା ଓ ପୁରୁଷ ସୁଇପର ମାନେ ଭୁଖ ହଡତାଲରେ ବସିଛନ୍ତି । ଦାବୀ ପୂରଣ ନହେବା ପର୍ଯ୍ୟନ୍ତ ଏହି ଧାରଣା ଯାରି ରହିବ ବୋଲି ସେମାନେ ପ୍ରକାଶ କରିଛନ୍ତି । ଏପର୍ଯ୍ୟନ୍ତ ଧାରଣା ସ୍ଥଳକୁ କୈ।ଣସି ପ୍ରଶାସନିକ ଅଧିକାରୀ ପହଞ୍ଚି ନାହିଁ । ଏଥିପ୍ରତି ଜିଲ୍ଲା ପ୍ରଶାସନ ଦୃଷ୍ଟି ଦେଇ ଏହି ସମସ୍ୟାର ସମାଧାନ କରିବାକୁ ଦାବି କରି ପ୍ରତିକ୍ରିୟା ରଖିଛନ୍ତି ଅନଶନ ରତ ସୁଇପର