ଗୁରୁବାର ଦିନ ବୌଦ୍ଧ ବନଖଣ୍ଡ ଖଜୁରୀପଡା ସେକ୍ସନ ବଡ଼ମାଲ ଗ୍ରାମରେ ଚାଲିଥିବା ବେଆଇନ ଶାଳପଟା କରତି ସ୍ଥାନରେ ଚଢ଼ାଉ କରି ଶାଳ ଗଣ୍ଡି ଜବଦ ସହ ବ୍ୟବହୃତ କରତ, ଟାଙ୍ଗିଆ ଓ ତିନିଜଣ ଙ୍କୁ ଗିରଫ କରିଛି ବୌଦ୍ଧ ବନ ବିଭାଗ ! ସେଠାରେ ବେଆଇନ କାଠ କରତା ଚାଲିଥିବା ଖବର ପାଇ ବୌଦ୍ଧ ବନକର୍ମଚାରୀ ଘଟଣା ସ୍ଥଳରେ ଅଚାନକ ଚଢ଼ାଉ କରିଥିଲେ ! ଘଟଣା ସ୍ଥଳରୁ 34 ଟି ଶାଳ ଗଣ୍ଡି ଓ ଏକ କରତ, ଟାଙ୍ଗିଆ ସହ ମାଲିକ ଲୋଚନ ସାହୁ ସମେତ କରତିଆ ଚାମ୍ପେଶ୍ୱର ପ୍ରଧାନ, ହର ରଣାଙ୍କୁ ଗିରଫ କରିଥିଲା !