ଭୋଗରାଇ: ଚନ୍ଦନେଶ୍ୱର ରେ ୧ ଟଙ୍କିଆ ଓ ୨ ଟଙ୍କିଆ କଏନ ଚଳ ପ୍ରଚାଳ ନେଇ ଗ୍ରାହକ ଦୋକାନୀଙ୍କ ମଧ୍ୟରେ ପାଟିତୁଣ୍ଡ ,ପ୍ରତିକ୍ରିୟା ରଖି ସମାଧାନ ପାଇଁ ଦାବି
ସବୁ ଆଡ଼େ ପ୍ରଚଳ ଭୋଗରାଇରେ ଅଚଳ । ସାଧାରଣ ଲୋକେ ଓ ଗ୍ରାହକ ହନ୍ତସନ୍ତ । ରାଜ୍ୟ ତଥା ରାଜ୍ୟ ବାହାରେ ସବୁ ଆଡେ ଖୁଚୁରା ଟଙ୍କା ଛୋଟବଡ଼ ଵ୍ୟଵସାୟୀଙ୍କ ଠାରୁ ଆରମ୍ଭ କରି ସୋରୁମ ପର୍ଯ୍ୟନ୍ତ ସବୁ ଆଡ଼େ ଗ୍ରାହକ ମାନେ ବେଶ ଭଲ ଭାବରେ ଏକ ଟଙ୍କିଆ ୨ ଟଙ୍କିଆ କଏନ ଚଳପ୍ରଚଳ ହୋଇ ଆସୁଥିବା ବେଳେ ଓଡ଼ିଶାର ସର୍ଵ ବୃହତ ବ୍ଲକ ଭୋଗରାଇରେ କିନ୍ତୁ ଦୀର୍ଘ ୫ବର୍ଷରୁ ଉର୍ଦ୍ଧ୍ଵ ହେବ ଖୁଚୁରା ଟଙ୍କା ଅଚଳ ହୋଇ ରହୁଛି । ଫଳରେ ଗ୍ରାହକ ତଥା ସାଧାରଣ ଲୋକମାନେ ଅସନ୍ତୋଷ ବ୍ୟକ୍ତ କରୁଥିବା ବେଳେ ବିଭାଗୀୟ ଅଧିକାରୀ ମାନେ ଚୁପଚାପ ବସି ରହିଛନ୍ତି ।