ବଡଚଣା: ଯାଜପୁର ଟାଉନ ସ୍ଥିତ ମନ୍ଦିରରେ ମା ବିରଜାଙ୍କ ରଥଯାତ୍ରା ଆରମ୍ଭ, ରଥରେ ମା ଙ୍କ ଦର୍ଶନ ପାଇଁ ହଜାର ହଜାର ଭକ୍ତଙ୍କ ଭିଡ
ଯାଜପୁର ଟାଉନ ସ୍ଥିତ ମନ୍ଦିରରେ ମା ବିରଜାଙ୍କ ରଥଯାତ୍ରା ଆରମ୍ଭ, ରଥରେ ମା ଙ୍କ ଦର୍ଶନ ପାଇଁ ହଜାର ହଜାର ଭକ୍ତଙ୍କ ଭିଡ l ଆଜି ଠାରୁ ମା ବିରଜାଙ୍କ ରଥଯାତ୍ରା 9ଦିନ ଧରି ଚାଲିବ l ଆଜି ପ୍ରଥମ ଦିନରେ ମା ଙ୍କର ରୀତିନୀତି ଅନୁଯାଇ ହୋମଯଜ୍ଞ ଓ ପୂଜାର୍ଚନା ପରେ ମା ନିଜ ସିଂହାସନ ରୁ ଆସି ରଥରେ ବିଜେ କରିଥିଲେ l ଏହା ପରେ ସେବାୟତ ମାନେ ମା ଙ୍କୁ ରଥରେ ପୂଜାର୍ଚନା କରିବା ପରେ ରଥ ଟାଣିବା ପାଇଁ ଅନୁମତି ଦେଇଥିଲେ l ଏହି ରଥଯାତ୍ରା ରେ ହଜାର ହଜାର ଭକ୍ତ ସାମିଲ ହେଇ ମା ଙ୍କ ମୁଖ ଦର୍ଶନ କରିବା ସହିତ ରଥକୁ ଟାଣି ବେଢା ପରିକ୍ରମା କରିଥିଲେ l